କସ୍‌ମେଟିକର କଳା ରହସ୍ୟ
by Argus News
Sat, Nov 25 | 12:56 p.m.

ଅର୍ଗସ ବ୍ୟୁରୋ : ଆଜିକାଲି ଛୋଟରୁ ବଡ ସମସ୍ତେ କସ୍‌ମେଟିକ ପ୍ରଡକ୍ଟ ବ୍ୟବହାର କରୁଛନ୍ତି ।ସମଗ୍ର ବିଶ୍ୱରେ ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ବିଭିନ୍ନ ପ୍ରକାରର କସ୍‌ମେଟିକ ପ୍ରଡକ୍ଟସ୍ ଯେମିତିକି ଭିନ୍ନ ଭନ୍ନ ପ୍ରକାରର କ୍ରିମ୍‌ସ୍,ସ୍ନୋ ପାଉଡର, ଅତର, ଲିପ୍‌ଷ୍ଟିକ, ନେଲ୍‌ପଲିସ, ସାମ୍ପୁ ଇତ୍ୟାଦି ଭଳି ବିଭିନ୍ନ ସାମଗ୍ରୀ ପ୍ରବଳ ମାତ୍ରାରେ ବ୍ୟବହାର କରୁଛନ୍ତି ।ସେହିସବୁ ଉତ୍ପାଦ ସହ ଏବେ ବୟସ ଲୁଚାଇବା ପାଇଁ ଆହୁରି ଅନେକ କସ୍‌ମେଟିକ ଏବଂ ଔଷଧ ପ୍ରତ୍ୟେକ ଦିନ ଉଦ୍ଭାବନ ହେଉଛି। ଯୌବନ ଫେରାଇ ଆଣିବା ପାଇଁ କିଛି ଲୋକମାନେ ମିଲିଅନ ଡଲାର ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏହି ସୌନ୍ଦର୍ଯ୍ୟ ରକ୍ଷାକାରୀ ଶିଳ୍ପ ପଛରେ ଅନେକ ଅସୁନ୍ଦର ଏବଂ ବିକଟାଳ କାହାଣୀ ଲୁଚି ରହିଛି।

ବର୍ତ୍ତମାନ ସମୟରେ ୫୦୦ ବିଲିଅନ ଡଲାରରୁ ଅଧିକ କସ୍‌ମେଟିକର ବ୍ୟବହାର ହେଉଛି। କିନ୍ତୁ ଯେଉଁଭଳି ଭାବରେ ଏହି ସବୁ କସ୍‌ମେଟିକ ତିଆରି ହେଉଛି ଏବଂ ଏହା ପଛରେ ଯେଉଁ ସବୁ ନକାରାମତ୍କ ଦିଗ ଲୁଚି ରହିଛି ତାହା ପ୍ରାୟତଃ ଅନେକ ଲୋକଙ୍କୁ ଜଣାନାହିଁ। କସ୍‌ମେଟିକ ସହିତ ପ୍ରାଣୀ ଜଗତର କ୍ଷତି ସମ୍ପୃକ୍ତ। କୌଣସି ନୂତନ କେମିକାଲଯୁକ୍ତ କସ୍‌ମେଟିକର ବିକାଶ ପରେ ତାକୁ ପ୍ରଥମେ ମୂଷା, କୁକୁର, ବିଲେଇ, ମାଙ୍କଡ଼, ଠେକୁଆ, ମାଛ ଓ ପକ୍ଷୀମାନଙ୍କ ଶରୀରରେ ପରୀକ୍ଷା କରାଯାଇଥାଏ। ଯାହାର ପ୍ରଭାବରେ ସେମାନଙ୍କର ମୃତ୍ୟୁ ହୋଇଯାଏ। ପେଟାର ଏକ ଆକଳନ ମୁତାବକ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ପ୍ରାଣୀ ଏଥିପାଇଁ ମୃତ୍ୟୁମୁଖରେ ପଡୁଛନ୍ତି।

କସ୍‌ମେଟିକର ପ୍ରଭାବ ପ୍ରାଣୀର ବିନାଶକୁ ବଢାଇ ଚାଲିଛି ତେବେ ଏହି ଶିଳ୍ପର କ୍ଷତିକାରକ ପ୍ରଭାବ ଏତିକିରେ ଅଟକି ନାହିଁ । ଏଥିରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ମଧ୍ୟ ପରିବେଶଗତ ସମସ୍ୟାର କାରଣ ପାଲଟିଛି। ବାୟୁ, ଜଳ ପ୍ରଦୂଷଣରେ ଏହାର ଭୂମିକା ରହୁଥିବାବେଳେ ଶସ୍ୟ ଉତ୍ପାଦ ହ୍ରାସ ଓ ଜଳଚର ଜୀବଙ୍କ ମୃତ୍ୟୁ ହେଉଛି। ପ୍ରତିବର୍ଷ କସ୍‌ମେଟିକର ପ୍ଲାଷ୍ଟିକ ବର୍ଜ୍ୟ ପରିମାଣ ବଢ଼ିବାରେ ଲାଗିଛି ଓ ୨୦୫୦ ସୁଦ୍ଧା ଏହାର ପରିମାଣ ବାର୍ଷିକ ୧୨,୦୦୦ ମେଟ୍ରିନ ଟନ୍‌ରେ ପହଞ୍ଚିବ ବୋଲି ବୈଜ୍ଞାନକମାନଙ୍କ ମତ ଦେଇଛନ୍ତି। ଯଦି ଏ କ୍ଷେତ୍ରରେ ପରିବର୍ତ୍ତନ ନହୁଏ ତେବେ ଖୁବ୍ କମ ଦିନରେ ପୃଥିବୀର ବିନାଶ ହୋଇଯିବ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ